ଆନ୍ତର୍ଜାତୀୟ ରେଡକ୍ରସ ଦିବସ ଅବସରରେ ରକ୍ତଦାନ ଶିବିର ।


ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଶୋଳପଦା ଡିଗ୍ରୀ କଲେଜ ପରିସର ମଧ୍ୟରେ ଯୁବ ରେଡକ୍ରସ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର ଟି କୁ ଡିଗ୍ରୀ କଲେଜ ର ଅଧକ୍ଷ୍ୟା ପ୍ରତିମା ବାଘ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମହାବିଦ୍ୟାଳୟ ର ଯୁବ ରେଡକ୍ରସ ର ସହ ସଂଯୋଜକ ସରୋଜ ରଞ୍ଜନ ପ୍ରଧାନ , ଅଧ୍ୟାପକ ସରୋଜ କୁମାର ଦାସ, ଅଧ୍ୟାପକ ତରୁଣ କୁମାର ପ୍ରଧାନ , ଟୁକୁନା ପ୍ରଧାନ, ଅଧ୍ୟାପିକା କଲ୍ୟାଣୀ ରୂପା ମିଶ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟର ଡକ୍ଟର କୁମାର ସୌରଭ ବେହେରା ବ୍ଲଡ ବ୍ୟାଙ୍କ ର ସମସ୍ତ କର୍ମଚାରୀ , ସ୍ୱେଚ୍ଛାକୃତ ରକ୍ତଦାତା ସଂଘ ସଭାପତି ଶତ୍ରୁଘ୍ନ ସାହୁ , ସମାଧାନ ଅନୁଷ୍ଠାନ ର ସମ୍ପାଦକ ବିନୟ କୁମାର ପଟ୍ଟନାୟକ ଏବଂ ମୋଟି ଭେଟର ରାଧା ମୋହନ ତ୍ରିପାଠୀ ଙ୍କ ସହଯୋଗ ରେ ରକ୍ତ ସଂଗ୍ରହ କରାଯାଇଥିଲା । ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଉତ୍ସାହ ର ସହ ରକ୍ତଦାନ କରିଥିଲେ । ଏଥିରେ ମୋଟ ୩୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ଆଠମଲ୍ଲିକ ରୁ ବୁଲୁ ଦଳେଇ

Leave a Reply

Your email address will not be published. Required fields are marked *