ଭାରତୀୟ ମଜଦୂର ସଂଘ କଟକ ଜିଲ୍ଲା ସମ୍ମିଳନୀ

କଟକ – ଭାରତୀୟ ମଜଦୂର ସଙ୍ଘ କଟକ ଜିଲ୍ଲା ବାର୍ଷିକ ସମ୍ମିଳନୀ କଟକ ସି. ଡ଼ି. ଏ ସେକ୍ଟର – ୯ ସ୍ଥିତ ସରସ୍ବତୀ ବିଦ୍ୟା ମନ୍ଦିର ଠାରେ କଟକ ଜିଲ୍ଲା ସଭାପତି ଶ୍ରୀ ରମାକାନ୍ତ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଭାରତୀୟ ମଜଦୂର ସଙ୍ଘର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପୃଥ୍ବୀରାଜ ପଣ୍ଡା ସମ୍ମିଳନୀକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରି ରାଷ୍ଟ୍ରହିତ, ଉଦ୍ୟୋଗହିତ, ଶ୍ରମିକହିତ, ଉଦେଶ୍ୟରେ ଭାରତୀୟ ମଜଦୂର ସଙ୍ଘ ଦେଶରେ କାମକରି ଅଣରାଜନୈତିକ ଶ୍ରମିକ ସଂଗଠନ ହିସାବରେ ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଛି ବୋଲି କହିଥିଲେ l ସଂମାନନୀୟ ଅତିଥି ରୂପେ ଭାରତୀୟ ମଜଦୂର ସଙ୍ଘର ପୂର୍ବତନ ରାଜ୍ୟ ସଭାପତି ଇଂ ଶ୍ରୀକାନ୍ତ କୁମାର ବ୍ରହ୍ମl ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ଏସ. ଶ୍ରୀନିବାସ ରାଓ, ରାଜ୍ୟ କମିଟି ସଦସ୍ୟ ଶ୍ରୀ ବସନ୍ତ କୁମାର ସାହୁ, ଅବସରପ୍ରାପ୍ତ ସହକାରି ଶ୍ରମ କମିଶନର ଦୁର୍ଗା ଚରଣ ଓଝା, ଅଙ୍ଗନବାଡି ସଂଗଠନ କଟକ ଜିଲ୍ଲା ସମ୍ପାଦିକା ପୁଷ୍ପଲତା ସୁବୁଦ୍ଧି ରାୟ ପ୍ରମୁଖ ଯୋଗଦାନ କରି କର୍ମଚାରି ମାନଙ୍କର ବିଭିନ୍ନ ସମସ୍ୟା ଓ ତାର ସମାଧାନ କର୍ତ୍ତବ୍ୟ ଓ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ l ଉକ୍ତ ସ୍ଥାନରେ ଶ୍ରୀ ବସନ୍ତ କୁମାର ସାହୁଙ୍କୁ ଜନ୍ମଦିନ ଅବସରରେ ସମ୍ବର୍ଦ୍ଧିତ କରାଯାଉଥିଲା l ଭାରତୀୟ ମଜଦୂର ସଙ୍ଘ କଟକ ଜିଲ୍ଲାରେ ବିଭିନ୍ନ ସଂଗଠନର ଦୁଇ ସହ ସଦସ୍ୟ ଯୋଗଦାନ କରିଥିଲେ l ସଙ୍ଘର ନୂତନ କର୍ମକତ୍ତା ହିସାବରେ ଭାରତୀୟ ମଜଦୂର ସଂଘ କଟକ ଜିଲ୍ଲା ସଭାପତି ଶ୍ରୀ ରମାକାନ୍ତ ସାହୁ ଉପସଭାପତି ରବିନାରାୟଣ ସାହୁ, ବୈକୁଣ୍ଠ ବିହାରୀ ନାୟକ, ପୁଷ୍ପଲତା ସୁବୁଦ୍ଧି ରାୟ , ସମ୍ପାଦକ ପ୍ରଭୁଦତ୍ତ ମିଶ୍ର, ସଂଗଠନ ସମ୍ପାଦିକା ଇଗିଶ୍ରୀ ଦାଶ,ସହ ସମ୍ପାଦକ ଅଶୋକ ସ୍ୱାଇଁ, ବିନୋଦ କୁମାର ପତି, ପ୍ରବୀଣା ଭୋଇ, କୋଷାଧକ୍ଷ ସବିତା ସାହୁଙ୍କ ସମେତ ଚଉଦ ଜଣ ଜିଲ୍ଲା କମିଟିର ସଦସ୍ୟଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା l ଶେଷରେ ଜିଲ୍ଲା ସମ୍ପାଦକ ପ୍ରଭୁଦତ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *