କଟକ ଗ୍ରାମାଞ୍ଚଳ ଏସ୍ ପି ଭାବେ ଦାୟିତ୍ଵ ଗ୍ରହଣ କଲେ ଆଇ ପି ଏସ ପ୍ରତୀକ ସିଂହ।


କଟକ ଗ୍ରାମାଞ୍ଚଳ ଏସପି ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ୨୦୧୪ ବ୍ୟାଚ ଆଇପିଏସ ଅଧିକାରୀ ପ୍ରତୀକ ସିଂହ। ଅଧୁନା ସେ ଭୁବନେଶ୍ୱର ର ଡ଼ିସିପି ଭାବେ କାର୍ଯ୍ୟରତ ଥିବା ବେଳେ ପୂର୍ବରୁ କଟକର ଡ଼ିସିପି ଭାବେ କାର୍ଯ୍ୟ କରୁଥିଲେ। ସେ କମିଶନରେଟ ପୋଲିସରେ କଟକ ଡ଼ିସିପି ଭାବେ ୨୦୨୦ ମସିହା ଜୁଲାଇ ୨୦ ତାରିଖରୁ ୨୦୨୨ ମସିହା ମେ ୪ ତାରିଖ ପର୍ଯ୍ୟନ୍ତ କାମ କରିଥିଲେ। ଏହାପରେ ସେବେଠାରୁ ୨ ବର୍ଷ ୫ ମାସ ଧରି ଭୁବନେଶ୍ୱର ଡ଼ିସିପି ଭାବେ କାର୍ଯ୍ୟ କରି ଆସୁଥିଲେ। ତେବେ ବହୁଚର୍ଚ୍ଚିତ ଭରତପୁର ଥାନା ବିବାଦ ମାମଲାରେ ଛନ୍ଦି ହୋଇ ଥିବା ପ୍ରତୀକଙ୍କୁ ଗୃହ ବିଭାଗ କଟକ ଗ୍ରାମାଞ୍ଚଳ ଏସ୍ ପି ଭାବେ ବଦଳି କରି ଥିଲା । ଏହି ଜିଲ୍ଲା ବାସୀଙ୍କୁ ଉପଯୁକ୍ତ ପୋଲିସ ସେବା ଯୋଗାଇବା ତାଙ୍କର ପ୍ରଥମ କାର୍ଯ୍ୟ ହେବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ପ୍ରତୀକ ସିଂ ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *