ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।


ପୁରୀ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ତିହୁଡା ସ୍ଥିତ ମା ଜାଗୁଳାଇଙ୍କ ମନ୍ଦିର ପ୍ରାଙ୍ଗଣରେ ପୃର୍ବାଞ୍ଚଳ ସଭାପତୀ ବାବା ସତ୍ୟାନନ୍ଦ ଦାସ ମହାରାଜଙ୍କ ତତ୍ବାବଧାନରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ପ୍ରତିଷ୍ଠାନର ସଭାପତି,ଗଜପତି ମହାରାଜାଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠାନର କେନ୍ଦ୍ରୀୟ କାର୍ଯ୍ୟକାରୀ ସଭାପତି ପୁରୀ ରାଧାବଲ୍ଲଭ ମଠର ମହନ୍ତ ମହାରାଜ ରାମକୃଷ୍ଣ ଦାଶ,ମହାସଚିବ ଡଃ ନରେଶ ଚନ୍ଦ୍ର ଦାସ, ପ୍ରଶାସନିକ ସଚିବ ତଥା ମହାପ୍ରଭୁଙ୍କ ପଢିହାରୀ ପୃର୍ନଚନ୍ଦ୍ର ଗୋଛିକାର, କେନ୍ଦ୍ରୀୟ ଗ୍ରନ୍ଥାଗାର ସଚିବ ତଥା ମହାପ୍ରଭୁଙ୍କ ସୁହାର ସେବକ ହରେକୃଷ୍ଣ ପଢିହାରୀଙ୍କ ସମେତ ଅଭିଜ୍ଞ ଗବେଷକ ମାନେ ଯୋଗଦେଇ ପୁରୀ ଶ୍ରୀଜଗନ୍ନାଥଙ୍କ ନିକଟରେ ହୋଉଥିବା ନିତିକାନ୍ତି ଯାହା ରାଜ୍ୟରେ ଥିବା ଛୋଟବଡ ଜଗନ୍ନାଥ ମନ୍ଦିର ଗୁଡ଼ିକରେ ସମାନ ନହୋଇ ପାରିଲେ ମଧ୍ୟ କେତେକାଂଶରେ ସମାନ ଭାବରେ କରାଯାଇ ପାରିବ ବୋଲିି ସୁଚନା ଦେଇଥିଲେ।ଏହି ପ୍ରଶିକ୍ଷଣ ଶିବିରରେ ଜଗତସିଂହପୁର ଜିଲ୍ଲାର 60ରୁ ଉର୍ଦ୍ଧ ଜଗନ୍ନାଥ ମନ୍ଦିରର ପୃଜକ,ସେବାୟତ ଯୋଗଦେଇଥିଲେ ।
ଜଗତସିଂହପୁର ରୁ କୁନା ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *