ବାରମ୍ବାର ପ୍ରତିଶ୍ରୁତି ଦେଇ ମଧ୍ୟ ଏ ପର୍ଯ୍ୟନ୍ତ ଦରମା ବୃଦ୍ଧି କରି ଯାଇନାହିଁ

କଟକ ମହାନଗର ନିଗମରେ କାର୍ଯ୍ୟରତ ସ୍ୱଚ୍ଛ ସାଥୀ ଦୀର୍ଘ ୫ବର୍ଷ ଧରି କାମ କରିବା ସତ୍ତ୍ୱେ ମଧ୍ୟ ୫୯ଜଣଙ୍କୁ ଏ ପର୍ଯ୍ୟନ୍ତ ସ୍ୱଚ୍ଛ-ସୂପରଭାଇଜର ପଦବୀ ରେ ନିଯୁକ୍ତି ଦିଆଯାଇ ନାହିଁ , କିମ୍ବା ସ୍ୱଚ୍ଛସାଥି ମାନଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଇ ମଧ୍ୟ ଏ ପର୍ଯ୍ୟନ୍ତ ଦରମା ବୃଦ୍ଧି କରି ଯାଇନାହିଁ। ଦିନ କୁ ମାତ୍ର ୧୩୦ ଟଙ୍କାରେ ସ୍ୱଚ୍ଛସାଥି କାମ କରିବା ସହିତ ସହିତ ଅନ୍ୟାନ୍ୟ ସରକାରୀ ଯୋଜନା ରେ ମଧ୍ୟ କାମ କରୁଛନ୍ତି।ତେଣୁ ସ୍ଵଚ୍ଛସାଥିଙ୍କ ଦରମା ବୃଦ୍ଧି ଏବଂ ସ୍ୱଚ୍ଛ ସୂପରଭାଇଜର ପଦବୀ ନିମନ୍ତେ ବିକ୍ଷୋଭ ପ୍ରତିବାଦ ସହ ୭ ଦଫା ଦାବି ରେ କଟକ ମହାନଗର ନିଗମ ସମ୍ମୁଖରେ କାଜଲ ମହାପାତ୍ର ଙ୍କ ନେତୃତ୍ୱରେ ୨00 ଜଣ ସ୍ୱଚ୍ଛ ସାଥୀ ନିଜର ନ୍ୟାର୍ଯ୍ୟ ଦାବି ପାଇଁ ଧାରଣା ଦେଇଥିଲେ।
କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *