ଭାରତୀୟ ଜନତା ପାର୍ଟି ପକ୍ଷରୁ ସଦସ୍ୟତା ଅଭିଯାନ ଅନୁଷ୍ଠିତ l

ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ବିଧାୟକ ଅମରେନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ଏକ ବିଶାଳ ସଦସ୍ୟତା ଅଭିଯାନ ନାଉଗାଁ ବ୍ଳକ ରୋହିଆ ପଞ୍ଚାୟତ ର ଅରଖକୁଦ ନିକଟରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ ନାଉଗାଁ ବଜାର ନିକଟରେ ପହଂଚିବା ପରେ ତାଙ୍କୁ ସମର୍ଥକ ମାନଙ୍କ ଦ୍ୱାରା ସ୍ୱାଗତ କରାଯାଇ ଏକ ବିଶାଳ ଶୋଭାଯାତ୍ରା ଜରିଆରେ ସଭାସ୍ଥଳୀ ପର୍ଯ୍ୟନ୍ତ ନିଆ ଯାଇଥିଲା l ପରେପରେ ମାନ୍ୟବର ବିଧାୟକ ଙ୍କ ସହିତ ଭାରତୀୟ ଜନତା ପାର୍ଟି ର ଅନ୍ୟ କର୍ମୀ ଓ ମହିଳା ମାନେ ଯୋଗ ଦେଇ ଏହି ସଭା କାର୍ଯ୍ୟ ଆରମ୍ବ କରାଯାଇ ଥିଲା l ଏହି ସଭାରେ ମାନ୍ୟବର ବିଧାୟକ ଭାରତୀୟ ଜନତା ପାର୍ଟି ର ସଦସ୍ୟତା ଅଭିଯାନ ସମ୍ପର୍କ ରେ ଲୋକ ମାନଙ୍କୁ ସଚେତନତା କରାଇବା ସହିତ ମାନ୍ୟବର ଜସ୍ୱାସୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ଜନ କଲ୍ୟାଣ କାରି ଯୋଜନା ସମ୍ପର୍କ ରେ ସୂଚନା ଦେଇଥିଲେ lସର୍ବ ସେସରେ ଉକ୍ତ ପଞ୍ଚାୟତର ରୋହିଆ ଗ୍ରାମରୁ 25 ପରିବାର ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିବା ଦେଖାଯାଇଛି
ଜଗତସିଂହପୁର ରୁ କୁନା ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *