ରାଜ୍ୟ ପେନସନରମାନଙ୍କୁ କେନ୍ଦ୍ର ଅନୁରୂପ ଚିକିତ୍ସାଭତ୍ତା ପ୍ରଦାନ କରିବାକୁ ଦାବୀ ।

ନଭେମ୍ବର ମାସ ୨୫ ତାରିଖରୁ ପେନସନର ମାନଙ୍କ ରାଜ୍ୟବ୍ୟାପି ଆନ୍ଦୋଳନ ହେବ ବୋଲି କେନ୍ଦ୍ରୀୟ କମିଟି ମହାସଂଘ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଓଡ଼ିଶାର ୩.୫ ଲକ୍ଷ ପେନସନର ଓ ପରିବାର ପେନସନରମାନଙ୍କୁ ପ୍ରତିନିଧିତ୍ଵ କରୁଥିବା ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର କେନ୍ଦ୍ରୀୟ କମିଟି ସଭାପତି ପ୍ରତାପ ଚନ୍ଦ୍ର ବାସଙ୍କ ସଭାପତିତ୍ୱରେ ସେପ୍ଟେମ୍ବର ୨୦ ତାରିଖ କଟକ ଯୋବ୍ରା ରୋଡ଼ସ୍ଥିତ ଏସ୍.ଏନ୍ ସରକାର ସ୍ମୃତି ସଦନଠାରେ ଅନୁଷ୍ଠିତ ହୋଇଥିଲା । ମହାସଂଘର ମହାସଚିବ ଗୋକୁଳାନନ୍ଦ ବେହେରା ସମ୍ପାଦକୀୟ ବିବରଣୀ ଆଲୋଚନା ନିମନ୍ତେ ଆଗତ କରି – ରାଜ୍ୟରେ ଜୁନ ୧୨ ତାରିଖ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ନୂତନ ସରକାର ଗଠନ ହେବା ପରେ ଜୁଲାଇ ୧୫ ତାରିଖ ମହାସଂଘର ଏକ ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି କେନ୍ଦ୍ର ଅନୁରୂପ ଚିକିତ୍ସାଭତ୍ତା-ସ୍ନାସ୍ଥ୍ୟ ସେବା ସୁବିଧା, ୬୫ ବର୍ଷରୁ ୫% ଅତିରିକ୍ତ ପେନସନ, ପିଳିପିଏ ବିଭାଗର ପୁନଃ ସ୍ଥାପନ, ପେନସନ ନିର୍ଧାରଣରେ ଥିବା ତୃଟିକୁ ପେମାଟ୍ରିକ୍ସ ଆଧାରରେ ସଂଶୋଧନ, କେନ୍ଦ୍ର ଅନୁରୂପ କ୍ୱାଲିଫାଇଙ୍ଗ ସର୍ଭିସ ୨୦ ବର୍ଷକୁ ହ୍ରାସ, କରୋନା ସମୟର ୧୮ ମାସର ମହଙ୍ଗା ଭତ୍ତା ପ୍ରଦାନ, କମ୍ୟୁଟେସନ ଦେଶର ଅବଧୂ ୧୨ ବର୍ଷକୁ ହ୍ରାସ,ଏନ୍ ପି ଏସ୍ ଏବଂ ୟୁ ପି ଏସ୍ ବଦଳରେ ସ୍ଥିରିକୃତ ଓ ପି ଏସ୍ ଲାଗୁ କରିବା, ରେଳ ଯାତ୍ରାରେ ପୂର୍ବ ଭଳି ୪୦% ଓ ୫୦% ରିହାତି ଲାଗୁ କରିବା ଓ ‘ମୋ ବସ ଭଳି ରାଜ୍ୟର ସମସ୍ତ ବସରେ ରିହାତି ପ୍ରଦାନ ଉପରେ ଆଧାରିତ ୯ ଦଫା ଦାବୀ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ରାଜ୍ୟ ପେନସନରମାନଙ୍କ ଚିକିତ୍ସାଭତ୍ତା ଦାବୀ ସହ ଅନ୍ୟାନ୍ୟ ଦାବୀଗୁଡ଼ିକୁ ସହାନୁଭୂତିର ସହିତ ବିଚାର କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇ ଏହା ମଧ୍ୟରେ ଦୁଇମାସ ଅତିକ୍ରାନ୍ତ ହେଲାଣି । ପେନସନରମାନଙ୍କ ଯଥାର୍ଥ ଓ ଯୁକ୍ତିଯୁକ୍ତ ଦାବୀଗୁଡ଼ିକ ଯଥା ଶୀଘ୍ର ସମାଧାନ କରାନଗଲେ ଆଗାମୀ ନଭେମ୍ବର ୨୫ ତାରିକରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ସଂଗଠିତ କରାଯିବାକୁ ଆସିଥିବା ପ୍ରସ୍ତାବ ଉପରେ ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରେ କାର୍ଯ୍ୟ କରୁଥିବା ୧୦୫ଟି ସହବନ୍ଧିତ ସଂଗଠନର ନେତୃତ୍ବ , ଦ୍ବାରିକାନାଥ ମହାନ୍ତି, ସୁବୋଧ କୁମାର ରାୟ, ଡି. ମୋହନ ରାଓ, ବିବେକାନନ୍ଦ ନାୟକ, ରଜନୀକାନ୍ତ ଚୌଧୁରୀ, ଜଳନ୍ଧର ବାଘ, ପଞ୍ଚାନନ ଜେନା, କ୍ଷୀରୋଦ ଚନ୍ଦ୍ର ଦୀକ୍ଷିତ ଆଦି ପ୍ରମୁଖ ନେତୃତ୍ଵମାନେ ଏହି ପ୍ରସ୍ତାବରେ ସମର୍ଥନ ଜଣାଇଥିଲେ। ଆଇ ଏନ୍ ପି ଏସ୍ ଏବଂ ୟୁ ପି ଏସ୍ ବଦଳରେ ଓ ପି ଏସ୍ ଲାଗୁ କରିବା ଦାବୀ ଉପରେ ଅଖିଳ ଭାରତ ରାଜ୍ୟ ସରକାରୀ ପେନସନର ମହାସଂଘ ଡାକରାରେ ଚଳିତ ସେପ୍ଟେମ୍ବର ୨୬ ତାରିଖ ଦେଶବ୍ୟାପୀ ହେବାକୁ ଯାଇଥିବା ଜାତୀୟ ପ୍ରତିବାଦ ଦିବସକୁ ମିଳିତ ଭାବେ ବିଡିଓ, ଜିଲ୍ଲାପାଳ ଓ ଆର୍‌ଡିସି ଅଫିସ ସମ୍ମୁଖରେ ବିକ୍ଷୋଭ ସଭା ସଂତ କରାଯାଇ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବା ଉପରେ ପ୍ରସ୍ତାବ ଗୃହୀତ ହୋଇଥିଲାବେଳେ ଆସନ୍ତା ଜାନୁୟାରୀ ୨୦୨୫ରେ କଟକ ମହାସଂଘର ୬ଷ୍ଠ ରାଜ୍ୟ ସମ୍ମିଳନୀ କରାଯିବାକୁ ସର୍ବସମ୍ମତ ନିଷ୍ପତ୍ତି ହୋଇଥିବା ବିଷୟ ମହାସଂଘର କାର୍ଯ୍ୟକାରୀ ଅଧ୍ଯକ୍ଷ ନିର୍ମଳ ଚନ୍ଦ୍ର ଦାସ ,ସଭାପତି ପ୍ରତାପ ଚନ୍ଦ୍ର ଦାସ, ଗୋକୁଳାନନ୍ଦ ବେହେରା, ବିବେକାନନ୍ଦ ନାୟକ ପ୍ରମୁଖ ଏକ ପ୍ରେସ ନୋଟରେ ପ୍ରକାଶ କରିଛନ୍ତି ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *