ଜଣ ସଂଗ୍ରମ ସମିତି କଳାହାଣ୍ଡି ଗୋଲାମୁଣ୍ଡା ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଗଣତାନ୍ତ୍ରିକ ପଦଯାତ୍ରା

କଳାହାଣ୍ଡି ଜିଲ୍ଲା ଜନସଂଗ୍ରାମ ସମିତି ସଭାପତି ଶ୍ରୀଯୁକ୍ତ ସାଉଲ ମଙ୍ଗରାଜ ଙ୍କ ନେତୃତ୍ୱ ରେ କୃଷି ଜଳ, ଜଙ୍ଗଲ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ କୃଷିଭିତିକ ଶିଳ୍ପ, ସ୍ଥାନୀୟ ନିଯୁକ୍ତି, ରେଳଲାଇନ ସଂଯୋଗ, ଜଳସେଚନ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ ଓ ଅନ୍ୟାନ୍ୟ ଜନବାର୍ତ୍ତା କୁ ନେଇ କଳାହାଣ୍ଡି ବଞ୍ଚାଅ ବୋଲି ଦୃଢ଼ ପ୍ରତିଜ୍ଞା ନେଇ ତାଙ୍କର ଜନସଂଗ୍ରାମ ସମିତି ର ଶ୍ରୀ ଅନିଲ ମଲିକ, ଜୀବରଧନ ନାଏକ ଭଳି ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ନେଇ ଏକ ଗଣତାନ୍ତ୍ରିକ ପଦଯାତ୍ରା ଅକ୍ଟୋବର 2 ତାରିଖ ରୁ ଅକ୍ଟୋବର 25 ତାରିଖ 2025 ପର୍ଯ୍ୟନ୍ତ ରାଜ୍ୟସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟପାଳ ଙ୍କ ଅଭିମୁଖେ 25ଟି ଦାବୀ ନେଇ କଳାହାଣ୍ଡି ର ବିଭିନ୍ନ ସମସ୍ୟା ଉପରେ ଦାବିପତ୍ର ଦେବାପାଇଁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିଛନ୍ତି l ଶ୍ରୀଯୁକ୍ତ ମଙ୍ଗରାଜ ଦୀର୍ଘ ଦିନ ରୁ ଗୋଲାମୁଣ୍ଡା ବ୍ଲକ ହେଉ କି କଳାହାଣ୍ଡି ଜିଲ୍ଲା ର ଅନେକ ସମସ୍ୟା ଉପରେ ବାରମ୍ବାର Ri ଅଫିସ, ବ୍ଲକ ଅଫିସ ଠାରୁ ଜିଲାପାଳ ଅଫିସ ପର୍ଯ୍ୟନ୍ତ ପଦଯାତ୍ରା ରେଲି କରି ବିଭୋକ୍ଷ ଜନଆନ୍ଦୋଳନ କରି ଧାରଣା ରେ ବସି ଲୋକଙ୍କ ବିଭିନ୍ନ ସମସ୍ୟା ନେଇ ସରକାର ଙ୍କ କର୍ଣ୍ଣଗୋଚର କରିବାରେ ସଫଳ ମଧ୍ୟ ହେଇଛନ୍ତି l ଏହି ଆନ୍ଦୋଳନ ମାନଙ୍କ ଠାରୁ ଆଜିପଯ୍ୟନ୍ତ ଗଣତାନ୍ତ୍ରିକ ପଦଯାତ୍ରାରେ ଶ୍ରୀଯୁକ୍ତ ଅନିଲ ମଲିକ ମଧ୍ୟ ସାମିଲ ରହିଛନ୍ତି l ଦେଖିବା ଆଗକୁ ଏହି ପଦଯାତ୍ରାରେ ଯେଉଁ ସମସ୍ୟା ମାନ ଲୋକଙ୍କ ଦାବୀ ନେଇ ମୋହନ ସରକାର ଓ ରାଜ୍ୟପାଳ କେତେଦୂର ସମସ୍ୟା କୁ ସମାଧାନ କରିପାରୁଛନ୍ତି l ବାକି ରହିଲା ଆଗକୁ l କଳାହାଣ୍ଡି ରୁ ମାଧବ ଠାକୁର ଙ୍କ ରିପୋର୍ ହାର୍ଷିକ ମିଡ଼ିଆ

Leave a Reply

Your email address will not be published. Required fields are marked *