ପର୍ଲାରେ ମାଁ ମାନ ପୁରିଆଣି ଦେବୀଙ୍କ ଖଣ୍ଡା ଧୁଆ ଓ ମଶାଲ ଯାତ୍ରାରେ ପ୍ରବଳ ଭିଡ଼

କଳାହାଣ୍ଡି ଜିଲ୍ଲା, ଦଣ୍ଡପାଟ ଅଞ୍ଚଳ ପର୍ଲାରେ ମଧ୍ୟ ମାଁ ମାନ ପୁରିଆଣି ଦେବୀଙ୍କ ଖଣ୍ଡା ଧୁଆ ଓ ମଶାଲ ଯାତ୍ରା ମହା ସମାରୋହରେ ପାଳନ କରା ଯାଇଛି। ପାରମ୍ପରିକ ବାଜାର ତାଳେ ତାଳେ ଗାଁ ଗୋନ୍ତିଆ ଓ ଗ୍ରାମର ଦେବୀ ପୁଝାରୀ ହେମନ୍ତ ଝାଙ୍କରଙ୍କୁ ସସମ୍ମାନେ ପାଛୋଟି ଆଣିବା ପରେ ଦେବୀ ମନ୍ଦିରକୁ ଯାଇ ଦେବୀଙ୍କ ପୂଜାର୍ଚ୍ଚନା କରା ଯାଇଥିଲା ।ପରେ ଦେବୀଙ୍କ ଏକ ବିରାଟ ମଶାଲ ଶୋଭାଯାତ୍ରା ଗାଁ ପରିକ୍ରମା କରିଥିଲା।ସନ୍ଧ୍ୟାରେ ଦେବୀଙ୍କ ପୂଜାର୍ଚ୍ଚନା କରାଯାଇ ଗ୍ରାମବାସୀ ତଥା ଶ୍ରଦ୍ଧାଳୁ ଦେବୀଙ୍କୁ କୁକୁଡ଼ା, ପାରା, ବୋଦା ବଳି ଦେଇ ନିଜ ମଙ୍ଗଳ କାମନା କରିଥିଲେ। ଅନୁଷ୍ଠିତ ହୋଇଥିବା ଏହି ଖଣ୍ଡା ଧୁଆ ତଥା ମଶାଲ ଯାତ୍ରାରେ ସ୍ବତନ୍ତ୍ର ଅତିଥି ଭାବରେ ଧର୍ମଗଡ ବିଧାୟକ ଶ୍ରୀଯୁକ୍ତ ସୁଧୀର ରଞ୍ଜନ ପଟଯୋଷି, କୋକସରା ବ୍ଲକ ଉପାଧକ୍ଷ ଶ୍ରୀଯୁକ୍ତ ରାଜୀବ ଅଗ୍ରୱାଲ, ଟେକମନ୍ ଯାଦବ , ଗୌଲ ଚନ୍ ଗୋପାଳ ପ୍ରମୁଖ ଯୋଗଦାନ କରିଥିଲେ। ପୂଜା କମିଟିର ସଭାପତି ବିଜନ କୁମାର ଦାସ,ସମ୍ପାଦକ ସୁଧୀର ଚନ୍ଦ୍ର ବାଗ, କୋଷାଧ୍ୟକ୍ଷ ଡିଲେଶ୍ୱର ସାହୁ, ଲକ୍ଷ ଯୋତି ଜାଲ, ସୁଧୀର ଗୋପାଳ ସମେତ ସମସ୍ତ ଗ୍ରାମବାସୀ ଉକ୍ତ ଖଣ୍ଡା ଧୁଆ ଓ ମଶାଲ ଯାତ୍ରା ପର୍ବକୁ ସୁଚାରୁ ରୁପେ ପରିଚାଳନା କରିଥିଲେ। ମଶାଲ ଯାତ୍ରାରେ ସାମିଲ୍ ଥିବା ଘଣ୍ଟ , ମାଦଳି , ଘୁମୁରା, ଢେମ୍ ସା, ଅଘୋରୀ ବାବା ଓ ବାହୁବଳି କଟପା ଦଳଙ୍କ ନୃତ୍ୟ ପରିବେଷଣ ଦେଖିବା ପାଇଁ ଅଞ୍ଚଳର ହଜାର ହଜାର ଲୋକଙ୍କ ସମାବେଶ ଦେଖିବାକୁ ମିଳିଥିଲା।ମାଧବ ଠାକୁର ଙ୍କ ରିପୋର୍ଟ ହାର୍ଷିକ ମିଡ଼ିଆ

Leave a Reply

Your email address will not be published. Required fields are marked *