ମହା ନବମୀରେ କୁମାରୀ ପୂଜା।

‌ପବିତ୍ର ମହାନବମୀ ପୂଜାରେ ହରିପୁର ଦୋଲମୁଣ୍ଡାଇ ପୂଜା କମିଟି ପକ୍ଷରୁ ଯଥା ରୀତି ନୀତି ଅନୁସାରେ ମାଆଙ୍କୁ ପୂଜାର୍ଚ୍ଚନାର ଆରମ୍ଭ କରାଯାଇଥିଲା। ପୌରାଣିକ ମତ ଅନୁସାରେ ଏହି ମହାନବମୀ ରେ କୁମାରୀ ମାନଙ୍କୁ ପୂଜା କରାଯାଏ। ଭାଇଚାରା ସହରରେ ପ୍ରଥମେ ଏହି ପୂଜା ମଣ୍ଡପ ରେ ହିଁ କୁମାରୀ ପୂଜା ଆରମ୍ଭ କରାଯାଇଥିଲା। ଏହି କୁମାରୀ ପୂଜା ଅବସରରେ ନଅ ଜଣ ଛୋଟ ଛୋଟ କୁମାରୀ ଝିଅ ମାନଙ୍କୁ ମଣ୍ଡପରେ ମାଆ ଙ୍କ ନିକଟରେ ସିନ୍ଦୂର, ଅଳତା ଲଗାଇ ଦିଆ ଯାଇଥିଲା। ପରେ ସେମାନଙ୍କୁ ପିଠା, ମିଷ୍ଟାନ୍ନ ଆଦି ଖୁଆଇ ଦିଆଯାଇ ପୂଜା କରାଯାଇଥିଲା।
କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *