ଆଜକୁ ୫୧ ତମ ବର୍ଷ ଧରି ଦୁର୍ଗା ପୂଜା

ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ବୁଦ୍ଧିକୋମନା ଠାରେ ହର୍ଷ ଉଲ୍ଲାସ ରେ ଦୁର୍ଗାପୂଜା ସମାପ୍ତ ,

ଆଜକୁ ୫୧ ତମ ବର୍ଷ ଧରି ଦୁର୍ଗା ପୂଜା ପଦାର୍ପଣ କରିଥିବା ବେଳେ, ଗ୍ରାମବାସୀ ଙ୍କ ସହଯୋଗ ଓ ସମର୍ଥନ ରେ ମା ଜଗତ ଜନନୀ ଙ୍କ ପୂଜା ବହୁ ଆଡମ୍ବର ରେ ଅନୁଷ୍ଠିତ ହୋଇ ଯାଇଛି l

ପ୍ରତି ବର୍ଷ ଭଲି ଏ ବର୍ଷ ମଧ୍ୟ ରଙ୍ଗା ରଙ୍ଗା କାର୍ଯକ୍ରମ ରେ ପୂଜା ଅନୁଷ୍ଠିତ ହୋଇଥିବା ବେଳେ, ଶାନ୍ତି ଶୃଙ୍ଖଲା ରେ ପୂଜା ଅନୁଷ୍ଠିତ ହୋଇଯାଇଛି l

ତିନିଦିନ ଧରି ପୂଜା ଅନୁଷ୍ଠିତ ହୋଇ ଥିବା ବେଳେ, ସାଂକୃତିକ କାର୍ଯ୍ୟକର୍ମରେ ମଞ୍ଚ ଦୁଲିକି ଉଠି ଥିଲା l

ଉକ୍ତ ବର୍ଷ ପୂଜା କମିଟି ରେ ସଭାପତି ମୁନା ଖମାରି ଓ ସମ୍ପାଦକ ନେତ୍ର ବାଗ କାର୍ଯ୍ୟ ତୁଲାଇ ଥିବା ବେଳେ, ସାଜସଜା ରେ ଚୂଡ଼ାମଣି ପଟେଲ କାର୍ଯ୍ୟ ତୁଲାଇ ଥିଲେ,

ଅନ୍ୟାନ୍ୟ କାର୍ଯ୍ୟକ୍ରମ ରେ ଭାରତୀୟ ସନ୍ୟବିଭାଗ ର ଗିରେନ୍ଦ୍ର, ମୁନୁ, ସୁରେଶ,ବୁଲୁ ପ୍ରିୟାଶୀସ, ଲୋକନାଥ, ରିଖିରାମ,ଭୁବନେ, ଆଶିଷ, ଜଗନ୍ନାଥ, ବିଜୟ ସହଯୋଗ କରି ଥିବା ବେଳେ, ଗ୍ରାମ ଅନ୍ୟ ଯୁବକ ସହଯୋଗ କରିଥିଲେ,

ପୂଜା ର ଶେଷ ଦିନରେ କଳାହାଣ୍ଡି ବିଲାର ତୁରକେଲ ଗ୍ରାମର ନାଟକ ତୋ ସାଥେ ଭନ୍ଧା ମୋ ଜୀବନ ଡୋରି ନାଟକ କୁ ଶହ ଶହ ଦର୍ଶକ ମନ ଭରି ଉପଭୋଗ କରି ଥିଲେ l

ନୂଆପଡା ଜିଲ୍ଲା ରୁ ହୃଷିକେଶ ଦଣ୍ଡସେନା ଙ୍କ ରିପୋର୍ଟ………..

Leave a Reply

Your email address will not be published. Required fields are marked *