ପଶୁ ଓ ମଣିଷ ର ନିଆରା ସମ୍ପର୍କ ଭୁବନ ବଳଦ ଯାତ୍ରା

ଦଶହରା ବଳଦ ଯାତ୍ରା ର ଅନୁକୁଳ ପର୍ବ ସମାହିତ

ଭୁବନ ର ଐତିହାସିକ,ପାରମ୍ପରିକ ତଥା ଗଣ ପର୍ବ ଭାବେ ପ୍ରସିଦ୍ଧି ଲାଭ କରିଥିବା ଦଶହରା ବଳଦ ଯାତ୍ରା ଉପଲକ୍ଷେ ଆଜି ପ୍ରଥମ ଦିନ ର ଯାତ୍ରା ସ୍ଥାନୀୟ ତୃତୀୟା ଦେବ ଜୀଉ ମନ୍ଦିର ସମ୍ମୁଖ ରୁ ଉଦଘାଟନ ହୋଇ ଯାଇଚି l ଚଳିତ ବର୍ଷ ମୋଟ 13 ଗୋଟି ମଣ୍ଡପ ରେ ମା ଜଗତଜନନୀ, ଓ ହରପାର୍ବତୀ ପୂଜା ପାଉଛନ୍ତି l ଆଜିର ଅନୁକୂଳ ପର୍ବରେ ଏନ୍ଏସି ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଏୈତିହାସିକ ବଳଦ ଯାତ୍ରା ର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ l ଶାନ୍ତି କମିଟି ସଭାପତି ଦିଲ୍ଲୀପ କୁମାର ଦାସ, ଭୁବନ ଥାନା ଅଧିକାରିଣୀ ମନସ୍ଵିନୀ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ପ୍ରଥମେ କାଚରା ସମ୍ପ୍ରଦାୟର ଲୋକମାନେ ପ୍ରଭୁଙ୍କୁ ପୂଜାର୍ଚନା କରିବା ସହ ଉପସ୍ଥିତ ଅତିଥି ଓ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ପରମ୍ପରା ଅନୁସାରେ ପ୍ରଥମ ଥୋରିଅl ସମାଜ ବଳଦ ଏଠାରେ ବନ୍ଦାପନା ହୋଇ ଯିବା ପରେ କ୍ରମାନ୍ୱୟରେ ଅନ୍ୟ ବଳଦ ମାନେ ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ସମ୍ମୁଖରେ ବନ୍ଦାଣ ହୋଇ ଅନୁକୂଳ ଯାତ୍ରା କରନ୍ତି l କିମ୍ବଦନ୍ତୀ ଅନୁସାରେ ଥୋରିଅl ଜାତି ର ବ୍ୟବସାୟୀ ମାନେ ପୂର୍ବେ ବଳଦ ଗାଡି ରେ ବ୍ୟବସାୟ କରିବା ପାଇଁ ବିଦେଶ କୁ ଯାତ୍ରା କରୁଥିଲେ, ଏହି ଯାତ୍ରା ରେ ଗମନାଗମନ ପାଇଁ ବଳଦ ର ମୁଖ୍ୟ ଭୂମିକା ରହୁଥିବା ହେତୁ ସେହି ପରମ୍ପରା ଓ ଇତିହାସ୍ କୁ ମନେ ପକାଇ ବଳଦ ଯାତ୍ରା ଆରମ୍ଭ ହୋଇଥିଲା, କାଳକ୍ରମେ ଏହା ଆଜି 32 ଗୋଟି ସାହି ର ବଳଦ ଯାତ୍ରାରେ ସାମିଲ ହେଉଛନ୍ତି l ଚଳିତ ବର୍ଷ ପ୍ରଥମ ଥର ପାଇଁ ସମ୍ପୂର୍ଣ ଡି ଜେ ମୁକ୍ତ ଦଶହରା ପାଳନ ପାଇଁ ନିଷ୍ପତି ନିଆଯାଇଥିଲା । ପାରମ୍ପରିକ ନୃତ୍ୟ, ଗୀତ ଓ ବାଦ୍ୟ ର ତାଳେ ତାଳେ ଯୁବଗୋଷ୍ଟୀ ଯାତ୍ରା ଉପଭୋଗ କରିଥିଲେ ll ବିଭିନ୍ନ ସାହି ମୁରବି ତଥା ବଳଦିଆ କମିଟି ସଦସ୍ୟ, ଶାନ୍ତି କମିଟି ସଦସ୍ୟ ଯାତ୍ରା କୁ ଶୃଙ୍ଖଳିତ ଭାବେ ପରିଚାଳନା କରାଇବା ଦାୟିତ୍ଵ ଗ୍ରହଣ କରିଥିଲେ l । ୧୪ ତାରିଖ ସନ୍ଧ୍ୟା ୭ ଘଟିକା ସୁଦ୍ଧା ରାବଣ ପୋଡ଼ି ପରେ ପ୍ରସିଦ୍ଧ ବଳଦ ଯାତ୍ରା ଓ ଭସାଣି ଯାତ୍ରା ଅନୁଷ୍ଠିତ ହେବ ।

Report Papu sahoo
Bhuban

Leave a Reply

Your email address will not be published. Required fields are marked *