ବ୍ୟାଙ୍କ ଋଣ ସୁଝି ନପାରିବାରୁ ବିଜେଡି ନେତା ଙ୍କ ଘରକୁ ସିଲ କଲା ବ୍ୟାଙ୍କ

ବ୍ୟାଙ୍କ ଋଣ ନେଇ ଅଡୁଆ ରେ ପୂର୍ବତନ ବିଜେଡି ବ୍ଳକ ସଭାପତି , ବାରମ୍ବାର ବ୍ୟାଙ୍କ ରୁ ନୋଟିସ କୁ ବେଖାତିର କରିବା ପରେ ଘରକୁ ସିଲ କରିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ l ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଅଧିନସ୍ତ ନାଉଗାଁ ଥାନା ଅଞ୍ଚଳ ର ଘୋଡାନ୍ସ ପଞ୍ଚାୟତ ର ପାଇକସାହି ଗ୍ରାମରେ, ଏହି ଗ୍ରାମର ରବିନ୍ଦ୍ର ନାଥ ମଲ୍ଲିକ ଙ୍କ ପୁଅ ସୁଜିତ କୁମାର ମଲ୍ଲିକ କନସାଇଣ୍ଟମେଣ୍ଟ ଆକାଉଣ୍ଟ ଜରିଆରେ 30 ଲକ୍ଷ 50 ହଜାର ଟଙ୍କା ଋଣ ନେଇ ବାରମ୍ବାର ନୋଟିସ କୁ ଅବମାନନା କରିଥିଲେ l ଯାହା ଫଳରେ ରିକୋଭରି ବ୍ରାଞ୍ଚ ର ମୁଖ୍ୟ ପ୍ରବନ୍ଧକ ଦିଲ୍ଲୀପ କୁମାର ବିଶ୍ୱାଳ ପାଇକସାହି ସ୍ଥିତ ବାସଭବନରେ ପହଂଚି ନାଉଗାଁ ଥାନା ଅଧିକାରୀ ସଂଘମିତ୍ରା ନାୟକ ଓ ଲୋକାଲ ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ଶରତ ପରିଡା ଓ ପୋଲିସ ଫୋର୍ସ ସହିତ ସୁଜିତ କୁମାର ମଲ୍ଲିକ ଙ୍କ ଘରକୁ ସିଲ କରା ଯାଇଥିବା ଦେଖା ଯାଇଛି l ତେବେ ଘର ସିଲ କରିବା ସମୟରେ ଘର ମାଲିକ ଓ ବ୍ୟାଙ୍କ କର୍ମଚାରୀ ମାନଙ୍କ ସହିତ ଦୀର୍ଘ ସମୟ ବଚସା ହୋଇଥିବା ର ଦେଖା ଯାଇଛି l
ଜଗତସିଂହପୁର ରୁ କୁନା ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *