ମାଁ ଠାକୁରାଣୀ ଙ୍କ ଦଶହରା ପୂଜା

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ପଞ୍ଚାୟତ ଚୋର୍ଣ୍ଣିଦ୍ୱାର ଠାରେ ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ମାଁ ଠାକୁରାଣୀ ଙ୍କ ଦଶହରା ପୂଜା ଧୂମଧାମ ରେ ଅନୁଷ୍ଠିତ ହୋଇଥିଲା l ଦେବୀ ଠାକୁରାଣୀ ଙ୍କ ଦଶହରା ପୂଜା ର ପୁଝାରୀ ହିମାଞ୍ଚଲ ପୁଝାରୀ ଙ୍କ ପୂଜା ପାଠ ପରେ ଘୁମୁରା ପ୍ରତିଯୋଗିତା ହୋଇଥିଲା l ମୁଖ୍ୟଅତିଥି ଭାବେ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଉପସ୍ଥିତ ଥିବାବେଳେ କୋକସରା ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଆମପାଣି ଜୋନ ଜିଲ୍ଲାପରିଷଦ ହେମନ୍ତ ମାଝୀ, ବେହେରା ଜୋନ ଜିଲ୍ଲାପରିଷଦ ଶଙ୍କର ଜୁଏଡ଼, ସ୍ଥାନୀୟ ସରପଞ୍ଚ ପଦ୍ମିନୀ ପୁଝାରୀ, ମୂଷାପାଲି ସରପଞ୍ଚ ଅକ୍ଷୟ ନାଏକ, ସହକାରି ଶିକ୍ଷକ ରଞ୍ଜିତ ନାଏକ, ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ l ପୂଜାକମିଟି ସଭାପତି ବିଭୁତି ପୋଟ୍ଟା ସମ୍ପାଦକ ଲିଙ୍ଗରାଜ ନାଏକ, ପ୍ରେମଲାଲ ନିଏଲ, ଲକ୍ଷ୍ମଣ ଗୋପାଳ, ରୋମାଞ୍ଚଳ ପୁଝାରୀ ଗୋରା ବିହାରୀ ଏବଂ ସମସ୍ତ ପୂଜାକମିଟି ର ସଦସ୍ୟ ମାନେ ସୁଚାରୁରୂପେ ପରିଚାଳନା କରଥିଲେ l ଘୁମୁରା ପ୍ରତିଯୋଗିତା ରେ ସାତ ଗୋଟି ଦଳ ଭାଗ ନେଇଥିଲେ l ପଦ୍ମପୁର ମାଁ ଠାକୁରାଣୀ ଘୁମୁରା ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ କାସିବାହାଲ ଦ୍ଵିତୀୟ, ମାଲପଡା ତୃତୀୟ ସ୍ଥାନ ଅଧିକାର କରିଥିଲେ l କଳାହାଣ୍ଡି ରୁ ମାଧବ ଠାକୁର ଙ୍କ ରିପୋର୍ଟ ହର୍ଷିକା ମେଡ଼ିଆ l

Leave a Reply

Your email address will not be published. Required fields are marked *