କାଳୀପୂଜା ଓ ଭସାଣୀ ଉତ୍ସବ ସଂକ୍ରାନ୍ତୀୟ ପ୍ରସ୍ତୁତି ବୈଠକ

କଟକ ମହାନଗର ଶାନ୍ତି କମିଟିର କର୍ମକର୍ତ୍ତାଙ୍କ ଏକ ଜରୁରୀ ବୈଠକ ସଭାପତି ଶ୍ରୀ ଦେବେନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଦରଘାବଜାରସ୍ଥିତ କମିଟିର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ କାଳୀପୂଜା ସଂକ୍ରାନ୍ତୀୟ ପ୍ରସ୍ତାବଗୁଡ଼ିକ ଗୃହୀତ ହୋଇଛି ।
ଚଳିତ ବର୍ଷ ଦୁର୍ଗା ପୂଜା ଓ ଭସାଣୀ ଯାତ୍ରା ଶାନ୍ତିଶୃଙ୍ଖଳାର ସହ ମହାଆଡମ୍ବରରେ ସମାପ୍ତ ହୋଇଥିବାରୁ କଟକ ମହାନଗର ଶାନ୍ତି
କମିଟି ପକ୍ଷରୁ ସର୍ବପ୍ରଥମେ କଟକ ମହାନଗର୍ଭର ଲକ୍ଷ ଲକ୍ଷ ଜନସାଧାରଣ, ପ୍ରତ୍ୟେକ ବଜାର ଓ ସାହି ପୂଜାମଣ୍ଡପର କର୍ମକର୍ତ୍ତା,
ମୁରବୀ, ଯୁବ ସଦସ୍ୟ ତଥା ଶାନ୍ତି କମିଟିର ସମସ୍ତ କର୍ମକର୍ତାମାନଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛୁ । ସମସ୍ତ ରାଜନୈତିକ
ଦଳର ନେତୃବୃନ୍ଦ, କଟକ ଡି.ସି.ପି.ଙ୍କ ସମେତ ପୋଲିସ କମିଶନରେଟ୍‌ ପଦାଧିକାରୀ, କଟକ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା
ପ୍ରଶାସନ ଓ କଟକ ମହାନଗର ନିଗମଙ୍କ ଉଦ୍ୟମ ଓ ସହଯୋଗ ଏହି ସଫଳତା ହାସଲ କରିବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା
ନିର୍ବାହ କରିଥିବାରୁ ଆମ୍ଭେ ସେମାନଙ୍କ ନିକଟରେ କୃତଜ୍ଞ ।
ଚଳିତ ବର୍ଷ ଅକ୍ଟୋବର ୩୧ ତାରିଖ ମହାକାଳୀପୂଜା, ୧ ଓ ୨ ତାରିଖ ଦୁଇଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ୩ ତାରିଖ
ରବିବାର ଦିନ ମହାକାଳୀଙ୍କ ଭସାଣୀ ଯାତ୍ରା ପାଳନ କରିବାପାଇଁ ପ୍ରସ୍ତାବ ରଖୁଛୁ !ଐତିହାସିକ କଟକ ସହରରେ ଦୁର୍ଗାପୂଜା ଭଳି କାଳୀପୂଜା ମଧ୍ୟ ବହୁ ପୁରାତନ । ଚଳିତ ବର୍ଷ କାଳୀପୂଜା ଉପଲକ୍ଷେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଭସାଣୀ ଉତ୍ସବ ଦିନ ଡାକବାଜି ଯନ୍ତ୍ର (ମାଇକ) ବ୍ୟବହାରର ସମୟ ସୀମାକୁ ରାତି ୧୨ଟା ପର୍ଯ୍ୟନ୍ତ
ଧାର୍ଯ୍ୟ କରିବା ନିମନ୍ତେ ରାଜ୍ୟ ସରକାର ଓ ପୋଲିସ କମିଶନରେଟ୍‌ଙ୍କୁ ଅନୁରୋଧ କରୁଛୁ ! ରାତ୍ର ୧୨ଟା ପରେ ମେଢ ଭସାଣୀ ପର୍ଯ୍ୟନ୍ତ ପାରମ୍ପରିକ ବାଜା ଓ ଘଣ୍ଟ ଧ୍ଵନୀ ମଧ୍ୟରେ ଶୋଭାଯାତ୍ରା ପରିଚାଳନା କରିବାକୁ ଅନୁମତି ପ୍ରଦାନ କରିବାକୁ ନିବେଦନ କରାଗଲା !
ବିଗତ ବର୍ଷମାନଙ୍କ ଭଳି ମେଢ ଶୋଭାଯାତ୍ରା ନିମନ୍ତେ ଯେଉଁ ପଦ୍ଧତି ନିର୍ଦ୍ଧାରଣ କରାଯାଇଥିଲା-ଚଳିତ ବର୍ଷ ସେହି ପଦ୍ଧତିକୁ
ଅନୁପାଳନ କରିବାକୁ ଅନୁରୋଧ କରାଗଲା ।ଦୁର୍ଗାପୂଜା ପରେ କଟକ ସହରର ଅସଂପୂର୍ଣ୍ଣ ହୋଇ ପଡିରହିଥ‌ିବା ରାସ୍ତାଘାଟ ମରାମତି ବା ପୁନଃନିର୍ମାଣ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ଜିଲ୍ଲା ପ୍ରଶାସନଙ୍କୁ ନିବେଦନ କରାଗଲା ।କାଳୀ ଭସାଣୀ ନିମନ୍ତେ ଦେବୀଗଡାସ୍ଥିତ କାଠଯୋଡ଼ି ନଦୀର ୪/୫ଟି ଜଳପୂର୍ଣ କୁତ୍ରିମ ପୋଖରୀ ଖୋଳାଇବା ସଂଗେ ସଂଗେ ବିସର୍ଜିତ ହୋଇଥୁବା ମୂର୍ତ୍ତିଗୁଡିକର ଅବଶିଷ୍ଟ ଅଂଶବିଶେଷକୁ କଟକ ମହାନଗର ନିଗମ ପକ୍ଷରୁ ପୋଖରୀ ମଧ୍ଯରୁ ଉଠାଇ ନେଇ ଅନ୍ୟ ସ୍ଥାନରେ ପକାଇବା ସହ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାକୁ ଅନୁରୋଧ କରାଗଲା । ଦେବୀଗଡା ରାସ୍ତାକୁ ମରାମତି
କରିବା ସହ ପର୍ଯ୍ୟାପ୍ତ ପରିମାଣର ଆଲୋକ ବ୍ୟବସ୍ଥା କରିବାକୁ ମହାନଗର ନିଗମକୁ ନିବେଦନ କରାଗଲା ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *