ଘରୋଇ ନର୍ସିଂ ହୋମରେ ଚିକିତ୍ସିତ ଜଣେ ରୋଗୀଙ୍କ ସଂପର୍କୀୟଙ୍କଠାରୁ 5 ହଜାର ଟଙ୍କା ନେଇ 6 ୟୁନିଟ ଭୂଲ ପ୍ଲାଟିଲେଟ ଅଭିଯୋଗ

– କଟକ , ସଦର ଥାନା ଅଂଚଳର ଏକ ଘରୋଇ ନର୍ସିଂ ହୋମରେ ଚିକିତ୍ସିତ ଜଣେ ରୋଗୀଙ୍କ ସଂପର୍କୀୟଙ୍କଠାରୁ 5 ହଜାର ଟଙ୍କା ନେଇ 6 ୟୁନିଟ ଭୂଲ ପ୍ଲାଟିଲେଟ ଯୋଗାଇ ଥିବା ଅଭିଯୋଗରେ ଜଣେ ଦଲାଲ କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଅଜୟ ନାୟକ କଟକ ବିଡାନାସିରେ ରହୁଥିଲା। ରୋଗୀଙ୍କ ସଂପର୍କିୟ କେନ୍ଦ୍ରୀୟ ରେଡକ୍ରସ ରକ୍ତ ଭଣ୍ଡାର ନିକଟରେ ପ୍ଲାଟିଲେଟ ନେଇ ପଚରାଉଚୁରା କରୁଥିବା ବେଳେ ଏହି ଦଲାଲ ଙ୍କ ହାବୁଡରେ ପଡିଥିଲେ। ସେ ପଇସା ନେଇ A -Ve ବଦଳରେ 6 ୟୁନିଟ A*Ve ପ୍ଲାଟିଲେଟ ଦେଇଥିଲେ। ପରେ ରୋଗୀଙ୍କ ସଂପର୍କିୟ ଏ ନେଇ ପଚାରିବାରୁ ପ୍ୟାକେଟ ଉପର ଲେଖାକୁ କଟାକଟି କରି ସେ ନେଗେଟିଭ ଲେଖି ଦେଇ ରୋଗୀଙ୍କ ସଂପର୍କିୟଙ୍କୁ ଦେଇ ଥିଲେ। ଡ଼ାକ୍ତରଙ୍କୁ ଦେଖାଇବା ପରେ ଜଣାପଡ଼ିଥିଲା କି ଏହା A+Ve ବୋଲି। ଏଥି ନେଇ ଅଭିପୋଗ ପାଇବା ପରେ ପୋଲିସ ଅନୁସନ୍ଧାନ କରି ଅଭିଯୁକ୍ତ ଦଲାଲ କୁ ଗିରଫ କରିବା ସହ 6 ୟୁନିଟ ପ୍ଲାଟିଲେଟ ଓ 6 ଟି ବ୍ୟାଗ ଜବତ କରିଥିଲା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଅତିରିକ୍ତ ଡି ସି ପି ଅନିଲ ମିଶ୍ର ସୂଚନା ଦେଇଛନ୍ତି।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *