ଧନେଶ୍ଵର ରଥ ସ୍ମୃତି ସଂସଦ ଆନୁକୁଲ୍ୟରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।

କଟକର ସାରସ୍ବତପୀଠ ସାରଳାଭବନଠାରେ ଧନେଶ୍ଵର ରଥ ସ୍ମୃତି ସଂସଦ ପକ୍ଷରୁ ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିଦ୍ ଧନେଶ୍ଵର ରଥଙ୍କ ସ୍ମୃତିରେ ଏକ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ଡକ୍ଟର ଜଷ୍ଟିସ ମଦନମୋହନ ଦାସ ଉଦ୍ଘାଟନ କରିଥିଲେ । ସ୍ମୃତି ସଂସଦର ସଭାପତି ଡକ୍ଟର (ଇଂ) ପ୍ରଭାକର ସ୍ଵାଇଁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ପୋଲିସ୍ ମହାନିର୍ଦ୍ଦେଶକ ଓ ଖ୍ୟାତନାମା ସାହିତ୍ୟିକ ବିପିନ ବିହାରୀ ମିଶ୍ର, ମୁଖ୍ୟବକ୍ତା ଭାବେ ତିରୁପତି କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର୍ ଡକ୍ଟର ହରେକୃଷ୍ଣ ଶତପଥୀ, ସମ୍ମାନୀତ ବକ୍ତା ଭାବେ ସୁ-ସାହିତ୍ୟିକ ଡକ୍ଟର ଭାଗବତ ଶୁକ୍ଳ ଯୋଗ ଦେଇଥିଲେ । ଏହି ଅବସରରେ ଛଅଜଣ ବିଶିଷ୍ଟ ଶିକ୍ଷାବିଦ୍ – ପ୍ରଫେସର୍ ଚିନ୍ମୟୀ ମହାପାତ୍ର, ଡକ୍ଟର ସଂଘମିତ୍ରା ବେହେରା, ଡକ୍ଟର ବିରଞ୍ଚି କୁମାର ସାହୁ, ସୁଧାଂଶୁବାଳା ଦେବୀ, ଗଙ୍ଗୋତ୍ରୀ ରଥ, ମହେନ୍ଦ୍ରକୁମାର ଘଡ଼େଇଙ୍କୁ ମର୍ଯ୍ୟାଦାଜନକ ‘ଧନେଶ୍ଵର ରଥ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *