ଜାତୀୟ ପ୍ରତିବାଦ ଦିବସରେକେନ୍ଦ୍ର ସରକାରଙ୍କ ପ୍ରତାରଣାପୂର୍ଣ୍ଣ UPS ଯୋଜନା ବିରୁଦ୍ଧରେ ଏକ ହୁଅ- ୨୬ ସେପ୍ଟେମ୍ବର୨୦୨୪ ସଫଳ କର ଡାକରା

ଜାତୀୟ ପ୍ରତିବାଦ ଦିବସରେକେନ୍ଦ୍ର ସରକାରଙ୍କ ପ୍ରତାରଣାପୂର୍ଣ୍ଣ UPS ଯୋଜନା ବିରୁଦ୍ଧରେ ଏକ ହୁଅ- ୨୬ ସେପ୍ଟେମ୍ବର୨୦୨୪ ସଫଳ କର ଡାକରା ଦେଇଛି ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ।କେନ୍ଦ୍ର ସରକାର ଏକ ତରଫା ତଥା ପ୍ରତାରଣାପୂର୍ଣ୍ଣ ଭାବେ UPS ଯୋଜନା ଘୋଷଣା କରି ୨୦୨୫ମସିହା ଏପ୍ରିଲ ମାସରୁ ଲାଗୁହେବବୋଲି ସୂଚନା ଦେଇଛନ୍ତି । ଏହା ଗୋଟିଏ ପଟରେ ସମ୍ପୂର୍ଣ୍ଣ ଭାବେ କର୍ମଚାରୀ ଓ ପେନସନର ମାନଙ୍କ ସ୍ୱାର୍ଥ ବିରୋଧୀ ହୋଇଥିଲାବେଳେ ଅନ୍ୟପଟରେ ସ୍ଥିରୀକୃତ ପେନସନ ଯୋଜନା (OPS )ର ଗୁରୁତ୍ୱ ,ଉଦ୍ଦେଶ୍ୟ ଓ ଆଵଶ୍ୟକତାକୁ ଅତ୍ୟନ୍ତ ଚତୁରତାର ସହିତ ଦୁର୍ବଳ କରିଛ ଓ ପେନସନ ସଂସ୍କାର ନାମରେ ଦେଶର କର ପୋରେଟ ମାନଙ୍କର ମୁନାଫା ବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରିଛନ୍ତି । ତୀବ୍ର ଆର୍ଥିକ ସଙ୍କଟ ଯୋଗୁ ସୃଷ୍ଟି ବେକାରୀ, ଦରବୃଦ୍ଧି ମଧ୍ୟରେ ଦେଶର ଶ୍ରମିକ, କର୍ମଚାରୀ, ପେନସନର ଓ ମେହନତି ଜନସାଧାରଣ ତ୍ରାହି ତ୍ରାହି ଡାକ ଛାଡୁଥିବା ବେଳେ UPS ନାମରେ ଏକ ଭେଳିକି ସୃଷ୍ଟି କରିଛନ୍ତି । ଯାହା ଦେଶର କର୍ମଚାରୀ ଓ ପେନସନର ମାନେ କେନ୍ଦ୍ର ସରକାରଙ୍କ ପକୃତ ଉଦ୍ଦେଶ୍ୟକୁ ମୂଲ୍ୟାୟନ କରି ଅଖିଳ ଭାରତ ରାଜ୍ୟ ସରକାରୀ ପେନସନର ମହାସଂଘ ୨୬ ସେପ୍ଟେମ୍ବର ୨୦୨୪ ଦେଶବ୍ୟାପୀ ମିଳିତ ଭାବେ ପ୍ରତିବାଦ ପାଳନ ମଧ୍ୟଦେଇ UPS କୁ ନିରସ୍ତ୍ର କରି OPS କୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ସମସ୍ତ ବର୍ଗର କର୍ମଚାରୀ ଓ ପେନସନର ମାନଙ୍କୁ ଏହି ଦେଶପ୍ରେମୀ ପ୍ରତବାଦରେ ସାମିଲ ହେବାକୁ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ସଂଯୋଜକ ସୁବୋଧ କୁମାର ରାୟ, ସଂଯୋଜକ ସୁଦର୍ଶନ ପ୍ରଧାନ,ଗୋପୀନାଥ କର ,ପ୍ରଫୁଲ୍ଲ କୁମାର ନାୟକ ଓ ବଦୁ ସଦସ୍ୟ ଉପସ୍ଥିତ ରହିଥିଲେ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *