ଏମିତି ଚାଲିଛି ରାସ୍ତା ନିର୍ମାଣ କାମ,୧୦ ଦିନରେ ରାସ୍ତା ଫାଟି ଆଁ

ଠାକୁରଗଡ଼/ତା ୦3.୦7.2024/ଆଠମଲ୍ଲିକ ବ୍ଲକ ଆମ୍ବାସର ମୁଣ୍ଡା ଠାରୁ ନୂଆ ଭାବେ ତିଆରି ହେଉ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା କାର୍ଯ୍ୟ ଠିକ୍ ଭାବେ ହେଉ ନ ଥିବା ଦେଖିବାକୁ ମିଳୁଛି।୧୦ ଦିନ ପୂର୍ବରୁ ପିଚୁ ପଡ଼ି ହୋଇଥିବା ରାସ୍ତାର ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ସଂପୃକ୍ତ ଠିକା ସଂସ୍ଥା ପ୍ରାୟ ୭କୋଟି ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣାଧୀନ ରାସ୍ତା ର ସ୍ଥାୟୀତ୍ବ ନେଇ ପ୍ରଶ୍ନ ଉଠିଛି। ପ୍ରମେୟ ରେ ଏ ସଂପର୍କିତ ଖବର ପ୍ରକାଶନ ପରେ ଠିକା ସଂସ୍ଥା ନାଁ ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ଵ ଦେଉ ନାହାନ୍ତି। ୟେ ସମ୍ପର୍କରେ ଠିକା ସଂସ୍ଥା ର ମାଲିକ ସରୋଜ୍ ରାଉଳ କହିଛନ୍ତି ଯେ, ତୁମେ ଆମ ବିରୁଦ୍ଧରେ ଯେତେ ଲେଖୁଛ ଲେଖ, ବିଧାୟକ ଙ୍କ ନିଜ ଲୋକ ଆମେ, ବିଲ୍ କେମିତି ହେବ ଆମେ ବୁଝିବୁ। ତେଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେବାକୁ ସାଧାରଣରେ ଦାବୀ ହୋଇଛି।ଆଠମଲ୍ଲିକ ବୁଲୁ ଦଳେଇ ରିପୋର୍ଟ

Leave a Reply

Your email address will not be published. Required fields are marked *