ଜଗତସିଂହପୁର ଦଳିତ ଏକତା ମଞ୍ଚ ପକ୍ଷରୁ ନାଉଗାଁ ରେ ବିକ୍ଷୋଭ ପ୍ରଦର୍ଶନ

କେନ୍ଦ୍ରର ବିଜେପି ସରକାରଙ୍କ ପ୍ରରୋଚନାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏସ.ସି ଓ ଏସ. ଟି ବର୍ଗିକରଣ ବିରୁଦ୍ଧରେ ଆଜି ଜଗତସିଂହପୁର ଜିଲ୍ଲା ନାଉଗାଁ ବଜାର ଅଞ୍ଚଳ ରେ ଜଗତସିଂହପୁର ଦଳିତ ଏକତା ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଆଗାମୀ ୨୧ତାରିଖ ଦିନ ଭାରତ ବନ୍ଦ ସମ୍ପର୍କରେ ସ୍ଲୋଗାନ ଦିଆଯାଇ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଜଗତସିଂହପୁର ଦଳିତ ଏକତା ମଞ୍ଚ ସଭାପତି ଶଙ୍କର ଦାସଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦଳିତ ଏକତା ମଞ୍ଚର ଅନ୍ୟ ପ୍ରମୁଖ କର୍ମକର୍ତା ଉପସ୍ଥିତ ଥିଲେ l


ଜଗତସିଂହପୁର ରୁ କୁନା ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *