ନୂଆପଡା ଜିଲ୍ଲା ରେ ଶିକ୍ଷା ବିଭାଗ ର ବିଚିତ୍ର ଵେବସ୍ତା

ନିଯୁକ୍ତି ଅଛନ୍ତି 6 ଜଣ ଶିକ୍ଷକ, ଆସୁଛନ୍ତି ଜଣେ ଶିକ୍ଷକ, ଗୋଟିଏ ସ୍କୁଲ ର ଶିକ୍ଷକ ଙ୍କୁ ଅନ୍ୟତ୍ର ଡେପୁଟେସନ କରି ପରୋକ୍ଷ ରେ ସେ ସ୍କୁଲ କୁ ବନ୍ଦ କରିବାର ଅପଚେଷ୍ଟା ନୁହେଁ ତ l

ଦିନକୁ ଜଣେ ଶିକ୍ଷକ ଆସି ବିଦ୍ୟାଳୟ ଖୋଲି ଛୁଟି ହେଲେ ଚାଲି ଯାନ୍ତି, ଅନ୍ୟ ଦିନେ ଆଉ ଜଣେ ଶିକ୍ଷକ ଆସନ୍ତି, ଏହି ପରି ଶିକ୍ଷକ ମାନେ ପାଳି କରି ବିଦ୍ୟାଳୟ ଆସୁଛନ୍ତି l

ଯେଉଁ ଶିକ୍ଷକ ଜଣକ ଆସନ୍ତି, ସେ ଅଫିସ ଗୃହ ରେ ବସିବା ଛଡା ଅନ୍ୟ କୋଣସି କାମ କରନ୍ତି ନାହିଁ,
ପୁଣି ମଦ ପିଇ ସ୍କୁଲ ଆସୁଥିବା,ଏପରି ଅନେକ ଅଭିଯୋଗ ନେଇ ଆଜି ନୂଆପଡା ଜିଲ୍ଲା ସଦର ବ୍ଲକ ଚୁଲାଭଟ ପଂଚାୟତ ଛୋଟ ଲାଞ୍ଜିମାଲ ଗାଁ ର ଅନେକ ମହିଳା ଓ ପୁରୁଷ ଚାଲି ଚାଲି ଆସି ନୂଆପଡା ଜିଲ୍ଲା ପାଳ ଅଫିସ ସମୁଖରେ ଧାରଣା ରେ ବସିଥିବା ଦେଖିବାକୁ ମିଳିଥିଲା l

ଗ୍ରାମବାସୀ ଙ୍କ ଅଭିଯୋଗ ମୁତାବକ ଛୋଟ ଲାଞ୍ଜି ମାର ଗାଁ ସ୍କୁଲ ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି, ଏ ଠାରେ 6 ଜଣ ଶିକ୍ଷକ ନିଯୁକ୍ତି ଥିବା ବେଳେ 70 ଜଣ ଛାତ୍ର ଛାତ୍ରୀ ଅଧୟନ କରୁଛନ୍ତି l

ଦୀର୍ଘ 3ଘଣ୍ଟା କାଳ ଧାରଣା ରେ ବସିବା ପରେ, ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ, ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ଧାରଣା ସ୍ଥଳ ରେ ପହଂଚି, ବହୁତ ଶୀଘ୍ର ସମସ୍ୟା ର ସମାଧାନ କରା ଯିବ ବୋଲି ପ୍ରତିଶୃତି ଦେଇଛନ୍ତି l

ଶିକ୍ଷକ ମାନଂକୁ ସରକାର ମୋଟା ଅଙ୍କ ର ଦରମା ଦେଉ ଥିବା ବେଳେ, ଛାତ୍ର ଛାତ୍ରୀ ମାନଂକୁ ପାଠ ନ ପଡେଇ ଶିକ୍ଷକ ମାନେ ଠକି ବାରେ ଉସ୍ତାଦ ବୋଲି ନୂଆପଡା ଜିଲ୍ଲା ରେ ଚର୍ଚ୍ଚା ହେଉଛି l

ନୂଆପଡା ଜିଲ୍ଲା ରୁ ହୃଷିକେଶ ଦଣ୍ଡସେନା ଙ୍କ ରିପୋର୍ଟ……………..

Leave a Reply

Your email address will not be published. Required fields are marked *