ମଙ୍ଗଳାବାଗ କାଠ ଗୋଲା ସ୍ଥିତ ଆଡୋରେଶିଆ ହସ୍ପିଟାଲ ରେ ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ।

ଗତକାଲି ମାନସିଂହ ପାଟଣା ଯାଜପୁର ଜିଲ୍ଲାରୁ ରଶ୍ମି ରଞ୍ଜନ ମଲ୍ଲିକ(୧୪) ନିଜ ବାପା ରବୀନ୍ଦ୍ର ମଲ୍ଲିକ ଙ୍କ ସହ ଅଦୋରେଶିଆ ହସ୍ପିଟାଲ କୁ ଚିକିତ୍ସା ପାଇଁ ଆସିଥିଲେ। ତାଙ୍କର ବେକରେ ଗୋଟେ ବଥ ଉଠିଥିଲା। ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କୁ ଇଞ୍ଜେକସନ ଦିଆଯାଇଥିଲା।କିନ୍ତୁ ପରବର୍ତ୍ତୀ ସମୟରେ ସେହି ଇଞ୍ଜେକସନ ରିଆକ୍ସନ୍ କରି କିମ୍ବା ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ରୋଗୀ ର ମୃତ୍ୟୁ ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ଙ୍କ ଦେଖା ମିଳି ନ ଥିବା ବେଳେ ଏକ ଚାପା ଉତ୍ତେଜନା ଦେଖା ଦେଇଛି।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *